ନୂଆ ଆଇଟି ନିୟମକୁ ଚାଲେଞ୍ଜ୍‌, କେନ୍ଦ୍ରକୁ କେରଳ ହାଇକୋର୍ଟର ନୋଟିସ୍‌ | News Room Odisha

ନୂଆ ଆଇଟି ନିୟମକୁ ଚାଲେଞ୍ଜ୍‌, କେନ୍ଦ୍ରକୁ କେରଳ ହାଇକୋର୍ଟର ନୋଟିସ୍‌

ଥିରୁଭନନ୍ତପୁରମ – ଡିଜିଟାଲ ମିଡିଆ ପାଇଁ କେନ୍ଦ୍ର ଆଣିଥିବା ନୂଆ ଆଇନର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଦାୟର ହୋଇଥିବା ପିଟିସନ୍ ଉପରେ କେରଳ ହାଇକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

‘ଲାଇଭ୍ ଲ’ ନାମକ ଏକ ଡିଜିଟାଲ ମିଡିଆ ସଂସ୍ଥା ତରଫରୁ କେନ୍ଦ୍ରର ଏହି ନୂଆ ଆଇନକୁ ଚାଲେଞ୍ଜ କରାଯାଇଛି । ବିଶେଷକରି ଏହି ନୂଆ ନୟାମାବଳୀର ପରିଚ୍ଛେଦ-୨ ଓ ୩କୁ ବିରୋଧ କରାଯାଇଛି । ପରିଚ୍ଛେଦ ୨ ଓ ୩ ଅନୁସାରେ କେନ୍ଦ୍ର ସରକାର ସବୁ ଡିଜିଟାଲ ନ୍ୟୁଜ୍ ମିଡିଆ ଏବଂ ଅନଲାଇନ୍ କଣ୍ଟେଣ୍ଟ୍ କୁ ନିୟନ୍ତ୍ରଣ କରିପାରିବେ ।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ନୂଆ ଆଇଟି ନିୟମ ନେଇ କେନ୍ଦ୍ରକୁ ନୋଟିସ୍ ଜାରି କରିସାରିଛନ୍ତି ।