ପଶ୍ଚିମବଙ୍ଗ ନିର୍ବାଚନ: କରୋନାରେ କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କ ପରଲୋକ | News Room Odisha

ପଶ୍ଚିମବଙ୍ଗ ନିର୍ବାଚନ: କରୋନାରେ କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କ ପରଲୋକ

କୋଲକାତା – ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ନେତା ରେଜୁଲ ହକଙ୍କର କରୋନାରେ ପରଲୋକ ହୋଇଯାଇଛି। ହକ ମୁର୍ସିଦାବାଦର ଶମଶେରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସେ କିଛି ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ। ନିକଟରେ ବାମଦଳ ଏବଂ କଂଗ୍ରେସ ମଧ୍ୟରେ ଶମଶେରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ବିବାଦ ଲାଗି ରହିଥିଲା। ବାମଦଳ ତରଫରୁ ମୋଦ୍ଦାସର ହୋସେନଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ରେଜୁଲ ହକଙ୍କୁ ଏହାର ପ୍ରାର୍ଥୀ ଭାବେ ମନୋନୀତ କରିଥିଲା । ଯଦିଓ ପଶ୍ଚିମବଙ୍ଗ ନିର୍ବାଚନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଛି, ତେବେ ଏହି ଆସନ ସମ୍ପର୍କରେ ଦୁଇ ଦଳ ମଧ୍ୟରେ କୌଣସି ବୁଝାମଣା ହୋଇନାହିଁ।

ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ୧୭ ଏପ୍ରିଲରେ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ଟି ଆସନରେ ମୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଛି। କାରଣ ନିର୍ବାଚନ କମିଶନ ମତଦାନର ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ କୁଚ ବିହାରରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ପଞ୍ଚମ ପର୍ଯ୍ୟାୟର ୧.୧୩ କୋଟି ପଶ୍ଚିମବଙ୍ଗର ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ‌।