ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ପ୍ରାର୍ଥୀ ସ୍ବପନ ଦାସଗୁପ୍ତାଙ୍କୁ ନେଇ ବିବାଦ, ରାଜ୍ୟସଭା ସଦସ୍ୟତା ରଦ୍ଦ ପାଇଁ ଦାବି କଲା ଟିଏମସି | News Room Odisha

ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ପ୍ରାର୍ଥୀ ସ୍ବପନ ଦାସଗୁପ୍ତାଙ୍କୁ ନେଇ ବିବାଦ, ରାଜ୍ୟସଭା ସଦସ୍ୟତା ରଦ୍ଦ ପାଇଁ ଦାବି କଲା ଟିଏମସି

ନୂଆଦିଲ୍ଲୀ – ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ​​ତାରକେଶ୍ୱର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସ୍ବପନ ଦାସଗୁପ୍ତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ସ୍ବପନଙ୍କ ପ୍ରାର୍ଥିତ୍ବ ଉପରେ ଟିଏମସି ପ୍ରଶ୍ନ ଉଠାଇଛି। ଟିଏମସି ସାଂସଦ ମହୁଆ ମୋଇତ୍ରା ସ୍ବପନ ଦାସ ଗୁପ୍ତାଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି। ସମ୍ବିଧାନର ଦଶମ ଅନୁଚ୍ଛେଦ ବିଷୟରେ ଉଲ୍ଲେଖ କରି ମହୁଆ କହିଛନ୍ତି ଯେ ଯଦି କୌଣସି ମନୋନୀତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିବାର ୬ ମାସ ପରେ ଏକ ଦଳରେ ଯୋଗ ଦିଅନ୍ତି, ତେବେ ତାଙ୍କୁ ରାଜ୍ୟସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷିତ କରାଯିବ।

ସ୍ବପନ ଦାସ ଗୁପ୍ତା ଏପ୍ରିଲ ୨୦୧୬ରେ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସ୍ବପନ ଦାସ ଗୁପ୍ତା କହିଛନ୍ତି ଯେ ନାମାଙ୍କନ ପୂର୍ବରୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ସମସ୍ତ ବିବାଦର ସମାଧାନ ହେବ। ସୂଚନାଯୋଗ୍ୟ ଯେ ଏପ୍ରିଲ୍ ୬ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ସ୍ବପନ୍ ଦାସଗୁପ୍ତଙ୍କ ସମେତ ୨୬ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଥିଲା ।