ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍ | News Room Odisha

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍

‌ଇସଲାମାବାଦ – ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରୋନା ପଜିଟିଭ୍ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଫୈଜାଲ ସୁଲତାନ ଶନିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଇମ୍ରାନ୍ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ବୋଲି ସୁଲତାନ କହିଛନ୍ତି ।

କୌତୁହଳର ବିଷୟ ଯେ, ଇମ୍ରାନ୍ ଦୁଇ ଦିନ ତଳେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଥିଲେ । ପାକିସ୍ତାନରେ ଏବେ କରୋନା ବିରୋଧରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ବିଶ୍ୱର ଅନେକ ଦେଶ ଭଳି ପାକିସ୍ତାନ ବି ଏବେ କରୋନା ସଂକ୍ରମଣର ତୃତୀୟ ଲହରୀର ସାମ୍ନା କରୁଛି । ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬.୧୫ ଲକ୍ଷରେ ପହଞ୍ଚିଛି । କରୋନା ଯୋଗୁଁ ଦେଶରେ ୧୩, ୭୦୦ ଲୋକଙ୍କ ମୃତ୍ୟୁ ହୋଇଛି ।