ପୁରୀ ଜିଲ୍ଲାରେ କୋରୋନାକୁ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ରତିଶତ ହାର ବୃଦ୍ଧି, ୮୦ ପ୍ରତିଶତ ଲୋକେ ଘରେ ରହି ଚିକିତ୍ସିତ ହେଉଛନ୍ତି | News Room Odisha

ପୁରୀ ଜିଲ୍ଲାରେ କୋରୋନାକୁ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ରତିଶତ ହାର ବୃଦ୍ଧି, ୮୦ ପ୍ରତିଶତ ଲୋକେ ଘରେ ରହି ଚିକିତ୍ସିତ ହେଉଛନ୍ତି

ପୁରୀ : ପୁରୀ ଜିଲ୍ଲାରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ରତିଶତ ହାର ଆଗ ଅପେକ୍ଷା ବୃଦ୍ଧି ପାଇ ପାଖାପାଖି ୭୫ ପ୍ରତିଶତ ହୋଇଛି । ଜିଲ୍ଲାରେ ଏ ପଯ୍ୟ ର୍ନ୍ତ  ୬୦ ହଜାର ୭୬୬ଟି କୋଭିଡ ଟେଷ୍ଟ ହୋଇଛି । ସକ୍ରିୟ ମାମଲାର ୮୦ ପ୍ରତିଶତ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବି ନଜର ରଖାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ଗ୍ରାମାଂଚଳରେ ଶିବିର ଆୟୋଜନ କରାଯାଇ ଲୋକଙ୍କ କୋଭିଡ ଟେଷ୍ଟିଂ କରାଯାଉଥିବା ସେ କହିଛନ୍ତି ।