ପ୍ରଜା ଫାଉଣ୍ଡେସନ ସର୍ଭେ : ଅର୍ବାନ ଗଭର୍ଣ୍ଣାନସରେ ଓଡିଶାକୁ ପ୍ରଥମ ସ୍ଥାନ | News Room Odisha

ପ୍ରଜା ଫାଉଣ୍ଡେସନ ସର୍ଭେ : ଅର୍ବାନ ଗଭର୍ଣ୍ଣାନସରେ ଓଡିଶାକୁ ପ୍ରଥମ ସ୍ଥାନ

ଭୁବନେଶ୍ୱର-ଓଡିଶା ପାଇଁ ଭଲ ଖବର । ଅର୍ବାନ ଗଭର୍ଣ୍ଣାନସରେ ପ୍ରଥମ ସ୍ଥାନ ହାସଲ କରିଛି ରାଜ୍ୟ । ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଓଡିଶା ଅର୍ବାନ ଗଭର୍ଣ୍ଣାନସରେ ପ୍ରଥମ ସ୍ଥାନ ହାସଲ କରିଛି । ୫୬ ଦଶମିକ ୮୬ ପ୍ରତିଶତ ପଏଂଟ ସହ ଓଡିଶା ପ୍ରଥମ ସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ର ଦ୍ୱିତୀୟ ଓ ଛତିଶଗଡ ତୃତୀୟ ସ୍ଥାନରେ ରହିଛି । କେରଳ ଚତୁର୍ଥ ଓ ମଧ୍ୟପ୍ରଦେଶ ପଂଚମ ସ୍ଥାନରେ ରହିଛନ୍ତି । ଶେଷ ଦୁଇଟି ସ୍ଥାନରେ ମଣିପୁର ଓ ନାଗାଲାଣ୍ଡ ଅଛନ୍ତି ।

ସଶକ୍ତ ନାଗରିକ ଶ୍ରେଣୀରେ ଓଡିଶାକୁ ପ୍ରଥମ ସ୍ଥାନ ମିଳିଛି । ୧୯ ଦଶମିକ ୫୦ ପଏଂଟ ସହ ପ୍ରଥମ ସ୍ଥାନ ହାସଲ କରିଛି ଓଡିଶା । ୫ ଦଶମିକ ୧୦ ପଏଂଟ ସହ ନଗର ପ୍ରଶାସନରେ ଓଡିଶା ତୃତୀୟ ସ୍ଥାନରେ ଥିବା ବେଳେ ନଗର ନିର୍ବାଚିତ ଜନପ୍ରତିନିଧି ଓ ବ୍ୟବସ୍ଥାପିକା ଶୈଳୀରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଏହି ଶ୍ରେଣୀରେ ଓଡିଶାକୁ ୧୫ ଦଶମିକ ୮୩ ପଏଂଟ ମିଳିଛି ।