ପ୍ରଥମ ମହିଳା ଅମ୍ପାୟର ଭାବେ ପୁରୁଷ ଟେଷ୍ଟ ପରିଚାଳନା କରିବେ ପୋଲୋସାକ୍‌ | News Room Odisha

ପ୍ରଥମ ମହିଳା ଅମ୍ପାୟର ଭାବେ ପୁରୁଷ ଟେଷ୍ଟ ପରିଚାଳନା କରିବେ ପୋଲୋସାକ୍‌

ସିଡନୀ – ଅଷ୍ଟ୍ରେଲିଆର କ୍ଲେର ପୋଲୋସାକ୍ ଗୁରୁବାର ଠାରୁ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଚତୁର୍ଥ ଅମ୍ପାୟର ଭାବେ ଦାୟିତ୍ୱ ତୁଲାଇବେ । ପୋଲୋସାକ୍ ପ୍ରଥମ ମହିଳା ଭାବେ ଏକ ପୁରୁଷ ଟେଷ୍ଟ ମ୍ୟାଚ୍ ପରିଚାଳନା କରିବେ । ସେ ପୂର୍ବରୁ ପ୍ରଥମ ମହିଳା ଅମ୍ପାୟର ଭାବେ ଏକ ପୁରୁଷ ଦିନିକିଆ ମ୍ୟାଚ୍ ପରିଚାଳନା କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ୨୦୧୯ରେ ଆଇସିସି ଡିଭିଜନ-୨ ଲିଗ୍ ଅନ୍ତର୍ଗତ ନାମ୍ବିଆ-ଓମାନ ମଧ୍ୟରେ ଦିନିକିଆ ମ୍ୟାଚରେ ପୋଲୋସାକ୍ ଫିଲ୍ଡ ଅମ୍ପାୟର ଭାବେ ଦାୟିତ୍ୱ ତୁଲାଇଥିଲେ ।

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଫିଲ୍ଡ ଅମ୍ପାୟର ଭାବେ ଦୁଇ ପୂର୍ବତନ ଦ୍ରୁତ ବୋଲର ପଲ ରାଇଫଲ୍ ଓ ପଲ୍ ୱିଲସନ୍ ଦାୟିତ୍ୱ ତୁଲାଇବାକୁ ଥିବା ବେଳେ ବ୍ରୁସ୍ ଓକ୍ସେନଫୋର୍ଡ ତୃତୀୟ ଅମ୍ପାୟର ରହିବେ । ପୋଲୋସାକ୍ ଚତୁର୍ଥ ଅମ୍ପାୟର ଭାବେ ଦାୟିତ୍ୱ ତୁଲାଇବେ । ଏହି ଟେଷ୍ଟ ପାଇଁ ଡେଭିଡ୍ ବୁନ୍ ମ୍ୟାଚ୍ ରେଫରୀ ରହିବେ ।