ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଲେ ବିଧାୟକ ରମେଶ ଜେନା | News Room Odisha

ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଲେ ବିଧାୟକ ରମେଶ ଜେନା

ବ୍ରହ୍ମପୁର- ଚାକିିରି ଠକେଇ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ ଖୋଲିଛନ୍ତି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି ରମେଶ । ଦୀର୍ଘ ୧୬ ବର୍ଷ ଧରି ଗୋପାଳପୁର ବିଧାୟକ କ୍ଷମତାର ଅପବ୍ୟବହାର କରି ରାଜୁତି ଚଳାଇଥିଲେ । ବାଲି, ମୋରମ, ଖଣି ଓ ମଦ ମାଫିଆଙ୍କ ସହ ତାଙ୍କର ସଂପର୍କ ଥିଲା । ପ୍ରତି ମାସରେ ତାଙ୍କପାଖକୁ ପ୍ରାୟ ୧ କୋଟି ଟଙ୍କାର ବଟି ଆସୁଥିଲା ବୋଲି ଅଭିଯୋଗ କରିଛନ୍ତି ରମେଶ । ପ୍ରଦୀପଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ରମେଶ ଜେନା ସ୍ୱାଗତ କରିଛନ୍ତି । ରମେଶ ଆହୁରି ମଧ୍ୟ କହିଛନ୍ତି ଯେ, ଉତରାଖଣ୍ଡରେ ପ୍ରଦୀପଙ୍କ ସମେତ ୩ ଜଣଙ୍କ ଭାଗିଦାରୀରେ ଏକ ପାୱାରପ୍ଲାଂଟ୍ ରହିଥିବା ସୂୂଚନା ମିଳିଛି । ଏହାର ବି ତଦନ୍ତ ହେବା ଦରକାର । ତାଙ୍କ ବିରୋଧରେ ୫୪ଟି ମିଥ୍ୟା କେସ ଦିଆଯିବା ପଛରେ ପ୍ରଦୀପଙ୍କ ହାତ ଥିଲା ବୋଲି ଅଭିଯୋଗ କରିଛନ୍ତି ରମେଶ ।