ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲା ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ | News Room Odisha

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲା ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଭୁବନେଶ୍ୱର –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁ୍‌ର୍ନୀତି ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟ ଲୋକାୟୁକ୍ତଙ୍କୁ ସୁପାରିଶ କରିଛନ୍ତି । ଓଡିଶା ଲୋକାୟୁକ୍ତ ଗଠନ ହେଲା ପରେ ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଚାକିରି ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଓ ଅନ୍ୟାନ୍ୟ କେଳେଙ୍କାରୀ ପଦାକୁ ଆସିଲା ପରେ ସେ ବିଜେଡିରୁ ତଡା ଖାଇଛନ୍ତି । ଜନବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ।