ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି,ରାଜ୍ୟକୁ ଆଉ ୨୫ ଲକ୍ଷ ଟିକା ପାଇଁ ଅନୁରୋଧ, ଖୋଲା ବଜାରରେ ଟିକା ଉପଲବ୍ଧ ସମେତ ୪ଟି ପ୍ରସ୍ତାବ | News Room Odisha

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି,ରାଜ୍ୟକୁ ଆଉ ୨୫ ଲକ୍ଷ ଟିକା ପାଇଁ ଅନୁରୋଧ, ଖୋଲା ବଜାରରେ ଟିକା ଉପଲବ୍ଧ ସମେତ ୪ଟି ପ୍ରସ୍ତାବ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାର ଅଭାବ ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଦୈନିକ ୩ ଲକ୍ଷ ଡୋଜ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି ।ଓଡିଶାରେ ଏପର୍ଯ୍ୟନ୍ତ ୪୭ ଲକ୍ଷ ଟିକା ଦିଆଯାଇଛି । ରାଜ୍ୟକୁ ଆଉ ୨୫ ଲକ୍ଷ ଟିକା ଦେବାକୁ ସେ ଅନୁରୋଧ କରିଛନ୍ତି । ଓଡିଶାରେ ସବୁଠୁ କମ୍ ଟିକା ନଷ୍ଟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ବର୍ତ୍ତମାନ କୋରୋନା ସ୍ଥିତି ନେଇ ୪ଟି ପ୍ରସ୍ତାବ ଦେଇଛନ୍ତି ନବୀନ । ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା, ସର୍ବାଧିକ ସଂକ୍ରମିତ ସହରଗୁଡିକୁ ଟିକାକରଣରେ ପ୍ରାଧାନ୍ୟ, ମେଟ୍ରୋ ସିଟିରେ ଟିକା ଦେବାର ବୟସ ସୀମା କୋହଳ ସହ ରାଜ୍ୟଗୁଡିକୁ ଠିକ୍ ସମୟରେ ଅଧିକା ଟିକା ଯୋଗାଇ ଦିଆଯିବା ଭଳି ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Chief Minister Naveen PatnaikCOVID-19 VaccinationPM Narendra Modi