ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ କୋଭିଡ୍ -୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା | News Room Odisha

ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ କୋଭିଡ୍ -୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା

ନୂଆଦିଲ୍ଲୀ – ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ ମଧ୍ୟ ଏହାର କୋଭିଡ୍ -୧୯ ଟିକା ‘କୋଭାକ୍ସିନ’ର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଠାରୁ ଅନୁମତି ଲୋଡିଛି।
ସୋମବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏହାର କୋଭିଡ -୧୯ ଟିକା ‘କୋଭିଶିଲ୍ଡ’ର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ନିକଟରେ ଆବେଦନ କରିଥିଲା ।
ଏହାପୂର୍ବରୁ ଆମେରିକାର ଫାର୍ମା କମ୍ପାନୀ ଫାଇଜର ମଧ୍ୟ ସମାନ ଅନୁମୋଦନ ଲୋଡିଥିଲା। ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିବାରେ ଫାଇଜର ହେଉଛି ପ୍ରଥମ କମ୍ପାନୀ । ବ୍ରିଟେନ ଏବଂ ବହାରେନରେ ଫାଇଜର ଟିକାକୁ ଅନୁମତି ମିଳିସାରିଛି ।ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମା କମ୍ପାନୀ ଆଷ୍ଟ୍ରାଜାନେକା ସହିତ ଚୁକ୍ତି ପ୍ରକାରେ ପୁଣେ ଭିତ୍ତିକ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ‘କୋଭିଶିଲ୍ଡ’ ଟିକାର ପ୍ରସ୍ତୁତି ଓ ବିତରଣ ଦାୟିତ୍ବ ନେଇଛି । ବର୍ତ୍ତମାନ କମ୍ପାନୀ ଭାରତରେ ଏହି ଟିକାର ଟ୍ରାଏଲ୍ ଜାରି ରଖିଛି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଡିସିଜିଆଇର ‘ଆଟ୍-ରିସ୍କ୍ ମାନୁଫାକଚରିଂ ଆଣ୍ଡ୍ ଷ୍ଟକ୍ପପାଇଲିଂ’ ଲାଇସେନ୍ସ ଅଧୀନରେ ଏହି ଟିକାର ୪୦ ମିଲିୟନ୍ ଡୋଜ୍ ପ୍ରସ୍ତୁତ କରିସାରିଛି।

COVID-19 Vaccine