ଫାଇଜର ଟିକା ନେଇ ପୁଣି ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗ, ଫିନଲ୍ୟାଣ୍ଡରେ ପାଞ୍ଚ ଅସୁସ୍ଥ | News Room Odisha

ଫାଇଜର ଟିକା ନେଇ ପୁଣି ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗ, ଫିନଲ୍ୟାଣ୍ଡରେ ପାଞ୍ଚ ଅସୁସ୍ଥ

ହେଲସିଙ୍କି – ଆମେରିକୀୟ କମ୍ପାନୀ ଫାଇଜର ଦ୍ଵାରା ବିକଶିତ କରୋନା ଟିକା ନେବା ପରେ ପାଞ୍ଚ ଜଣଙ୍କ ଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଫିନଲ୍ୟାଣ୍ଡର ମେଡିସିନ୍ ଏଜେନ୍ସି ଏଭଳି ଅଭିଯୋଗ ପାଇଛି । ଦୁଇ ଦିନ ପୂର୍ବେ ସାରା ବିଶ୍ୱରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ମଞ୍ଜୁରି ଦେଇଥିଲା।

ଫିନଲ୍ୟାଣ୍ଡର କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୭ ଡିସେମ୍ବରରୁ ୟୁରୋପୀୟ ଦେଶମାନଙ୍କରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକାକୁ ୟୁରୋପୀୟ ସଂଘ ମଧ୍ୟ ମଞ୍ଜୁରି ଦେଇଥିଲା । ଫିନଲ୍ୟାଣ୍ଡର ମୁଖ୍ୟ ଚିକିତ୍ସକ ମାୟା କୋନେନ କହିଛନ୍ତି ଯେ ଏପର୍ଯ୍ୟନ୍ତ ପାଞ୍ଚ ଜଣ ଲୋକ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଅଭିଯୋଗ କରିଛନ୍ତି। ସେମାନଙ୍କର ଅଭିଯୋଗ ଗୋପନୀୟ ଅଟେ, ତେଣୁ ସାର୍ବଜନୀନ କରାଯାଇପାରିବ ନାହିଁ ‌। ତଥାପି ଶୀଘ୍ର ଆମେ ଆମର ୱେବସାଇଟ୍ ରେ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ସୂଚନା ଅପଲୋଡ୍ କରିବୁ । ପାର୍ଶ୍ୱ ପ୍ରତିକ୍ରିୟା ମାମଲା ଆହୁରି ବଢିପାରେ ବୋଲି ସେ କହିଛନ୍ତି।

COVID-19COVID-19 VaccinePfizer coronavirus vaccine