ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଗତ ୨୪ ଘଂଟାରେ ୧୭୦ ଚିହ୍ନଟ | News Room Odisha

ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଗତ ୨୪ ଘଂଟାରେ ୧୭୦ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୧୭୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୯ ଓ ସ୍ଥାନୀୟ ଅଂଚଳରୁ ୭୧ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬କୁ ବୃଦ୍ଧି ହୋଇଛି । ଏଥିମଧ୍ୟରୁ ୩ ଲକ୍ଷ ୩୬ ହଜାର ୨୬୬ ଜଣ ସୁସ୍ଥ ହୋଇସାରିଛନ୍ତି । ୧୦୦୮ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟାରେ ନୂଆପଡା ଜିଲ୍ଲାରୁ ସର୍ବାଧିକ ୨୭, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୨୩ ଲେଖାଏଁ, ସୁନ୍ଦରଗଡରୁ ୨୨, ମୟୂରଭଞ୍ଜ ଓ କଳାହାଣ୍ଡିରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।.

COVID-19