ବାଂଲାଦେଶ, ଫିଲିପାଇନ୍ସରେ ‘କୋଭାକ୍ସିନ’ର ଟ୍ରାଏଲ ପାଇଁ ଆବେଦନ କଲା ଭାରତ ବାୟୋଟେକ | News Room Odisha

ବାଂଲାଦେଶ, ଫିଲିପାଇନ୍ସରେ ‘କୋଭାକ୍ସିନ’ର ଟ୍ରାଏଲ ପାଇଁ ଆବେଦନ କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ – ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇବା ପରେ ଭାରତ ବାୟୋଟେକ ଏହାର କୋଭିଡ୍ ଟିକା ‘କୋଭାକ୍ସିନ’ର ପଡ଼ୋଶୀ ବାଂଲାଦେଶ ଓ ଫିଲିପାଇନ୍ସରେ ଟ୍ରାଏଲ ପାଇଁ ଆବେଦନ କରିଛି । ଭାରତ ବାୟୋଟେକ୍‌କୁ ଯଦି ବାଂଲାଦେଶ ଅନୁମତି ମିଳେ, ତେବେ ସେହି ଦେଶରେ ପ୍ରଥମ ଥର ଏକ କୋଭିଡ୍ ଟିକାର ଟ୍ରାଏଲ ହେବ । ଅନୁମତି ମିଳିଲେ ଭାରତ ବାୟୋଟେକ୍ ତରଫରୁ ଢାକା ସ୍ଥିତ ଅନ୍ତର୍ଜାତୀୟ ହଇଜା ରୋଗ ଗବେଷଣା କେନ୍ଦ୍ର ‘କୋଭାକ୍ସିନ’ର ଟ୍ରାଏଲ କରିବ । ସେହିପରି ଫିଲିପାଇନ୍ସରେ ମଧ୍ୟ ‘କୋଭାକ୍ସିନ’ର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଛି ଭାରତ ବାୟୋଟେକ । ଫିଲିପାଇନ୍ସର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ଏହା ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର)ର ସହଯୋଗରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ଟିକା ପ୍ରସ୍ତୁତ କରିଛି । ଭାରତରେ ଏହି ଟିକାର ସମ୍ପ୍ରତି ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଥିବା ସତ୍ତ୍ୱେ କେନ୍ଦ୍ର ସରକାର ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Bharat Biotech's CovaxinCOVID-19 Vaccine