ବାଲେଶ୍ୱର ଜେଲ୍ ପରିସରରୁ ବାଂଲାଦେଶୀ ଶରଣାର୍ଥୀଙ୍କଠାରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ | News Room Odisha

ବାଲେଶ୍ୱର ଜେଲ୍ ପରିସରରୁ ବାଂଲାଦେଶୀ ଶରଣାର୍ଥୀଙ୍କଠାରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ

ବାଲେଶ୍ୱର- ବାଲେଶ୍ୱର ଜେଲ୍ ପରିସରରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜେଲ୍ ବାରାକରେ ଥିବା ବାଂଲାଦେଶୀ ଶରଣାର୍ଥୀଙ୍କଠାରୁ ଏହି ବ୍ରାଉନ ସୁଗାର ଜବତ ହୋଇଛି । ବାବୁ ଖାନ ନାମକ ଜଣେ ଶରଣାର୍ଥୀଠାରୁ ବ୍ରାଉନ ସୁଗାର ଓ ୨୦ ହଜାର ଟଙ୍କା ଜବତ କରାଯାଇଛି । ବାବୁ ଖାନ ବ୍ରାଉନସୁଗାର ଚାଲାଣ ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଥିଲେ । ଜବତ ବ୍ରାଉନ ସୁୁଗାରର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ।