ବାସେଳିସାହି ଥାନା ସମେତ ପୁରୀର ୫ ଆଇଆଇସି ବଦଳିଲେ | News Room Odisha

ବାସେଳିସାହି ଥାନା ସମେତ ପୁରୀର ୫ ଆଇଆଇସି ବଦଳିଲେ

ପୁରୀ- କେ. ରମେଶ ନାମକ ଜଣେ ଯୁବକଙ୍କ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବଳଙ୍ଗା ଆଇଆଇସି ସଂଜୀବ ପ୍ରଧାନ ବାସେଳିସାହି ଥାନା ଆଇଆଇସି ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହ ଅନ୍ୟ ୪ଟି ଥାନାର ଆଇଆଇସି ମଧ୍ୟ ବଦଳିଛନ୍ତି । କୁମ୍ଭାରପଡା ଥାନା ଆଇଆଇସି କୁଳମଣି ସେଠୀଙ୍କୁ ବଳିଆପଣ୍ଡା ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି । ବଳିଆପଣ୍ଡା ଆଇଆଇସି ଚିନ୍ମୟ ରାଉତଙ୍କୁ ସମୁଦ୍ରକୂଳ ଥାନାକୁ ବଦଳି କରାଯାଇଛି । ସମୁଦ୍ରକୂଳ ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କୁ କୁମ୍ଭାରପଡା ଥାନା ପଠାଯାଇଛି ।