ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତଦେହ | News Room Odisha

ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ – ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ସନ୍ଦେକ ଜନକ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ରାମସ୍ୱରୂପଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ରାମସ୍ୱରୂପ ଶର୍ମା ହିମାଚଳ ପ୍ରଦେଶ ମଣ୍ଡିରୁ ସାଂସଦ ଥିଲେ ।

ରାମସ୍ୱରୂପଙ୍କ ମୃତ୍ୟୁ ପରେ ଆଜି ହେବାକୁ ଥିବା ବିଜେପି ସଂସଦୀୟ ଦଳର ବୈଠକ ବାତିଲ କରାଯାଇଛି ।

ହିମାଚଳ ପ୍ରଦେଶ ମଣ୍ଡିରେ ଜୁନ ୧୦, ୧୯୫୮ରେ ଜନ୍ମ ହୋଇଥିବା ରାମସ୍ୱରୂପ ଶର୍ମା ଏହି ଲୋକସଭା ଆସନରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।