ବିଜୟ ଦିବସର ୫୦ତମ ବର୍ଷପୂର୍ତ୍ତି , ଯୁଦ୍ଧ ସ୍ମାରକୀରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ପ୍ରଜ୍ଜ୍ୱଳନ କଲେ ପିଏମ୍ ମୋଦି | News Room Odisha

ବିଜୟ ଦିବସର ୫୦ତମ ବର୍ଷପୂର୍ତ୍ତି , ଯୁଦ୍ଧ ସ୍ମାରକୀରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ପ୍ରଜ୍ଜ୍ୱଳନ କଲେ ପିଏମ୍ ମୋଦି

ନୂଆଦିଲ୍ଲୀ – ପାକିସ୍ତାନ ବିପକ୍ଷ ୧୯୭୧ ଯୁଦ୍ଧରେ ଭାରତର ବିଜୟକୁ ୫୦ ବର୍ଷ ପୂରିଛି । ବିଜୟ ଦିବସର ୫୦ତମ ବର୍ଷପୂର୍ତ୍ତି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ (ନ୍ୟାସନାଲ ୱାର ମେମୋରିଆଲ)ରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ ଜାଳି’ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସିଡିଏସ୍ ବିପନ ରାୱତଙ୍କ ସମେତ ତିନି ସେନା ପ୍ରମୁଖ ମଧ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଜୟ ଦିବସର ୫୦ତମ ବର୍ଷପୂର୍ତ୍ତି ପାଳନ ପାଇଁ ଚାରି ବିଜୟ ମଶାଲ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରିବ । ୧୯୭୧ ଯୁଦ୍ଧରେ ଲଢିଥିବା ତଥା ପରମବୀର ଚକ୍ର ଓ ମହାବୀର ଚକ୍ର ସମ୍ମାନପ୍ରାପ୍ତ ସୈନିକଙ୍କ ଗ୍ରାମକୁ ମଧ୍ୟ ବିଜୟ ମଶାଲ ନିଆଯିବ । ୧୯୭୧ରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ପାଇଁ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଏ । ଏହି ଯୁଦ୍ଧରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ ସେନା ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ ଏବଂ ବାଂଲାଦେଶର ସୃଷ୍ଟିି ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବିଜୟ ଦିବସସ୍ୱର୍ଣ୍ଣିମ ବିଜୟ ମଶାଲ