ବୁଧବାର ଭାରତୀୟ ଦଳ ସହ ଯୋଗଦେବେ ରୋହିତ, ମେଲବୋର୍ଣ୍ଣକୁ ସ୍ଥାନାନ୍ତର ହୋଇପାରେ ତୃତୀୟ ଟେଷ୍ଟ | News Room Odisha

ବୁଧବାର ଭାରତୀୟ ଦଳ ସହ ଯୋଗଦେବେ ରୋହିତ, ମେଲବୋର୍ଣ୍ଣକୁ ସ୍ଥାନାନ୍ତର ହୋଇପାରେ ତୃତୀୟ ଟେଷ୍ଟ

ନୂଆଦିଲ୍ଲୀ – ସିନିୟର ଓପନର ରୋହିତ ଶର୍ମା ବୁଧବାର ମେଲବୋର୍ଣ୍ଣରେ ଭାରତୀୟ ଦଳ ସହ ଯୋଗଦେବେ । ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ରୋହିତ ସମ୍ପ୍ରତି ସିଡନୀରେ କ୍ୱାରେଣ୍ଟାଇନରେ ଅଛନ୍ତି । ତାଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ବୁଧବାର ଶେଷ ହେଉଛି । ରୋହିତ ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳିବେ ବୋଲି ଆଶା କରାଯାଉଛି । ସିଡନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ଟେଷ୍ଟକୁ ଏଠାରୁ ମେଲବୋର୍ଣ୍ଣକୁ ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି । ମେଲବୋର୍ଣ୍ଣରେ ସମ୍ପ୍ରତି ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ଚାଲିଛି । କ୍ରିକେଟ୍ ଅଷ୍ଟ୍ରେଲିଆର ଜଣେ ଅଧିକାରୀ କହିଛନ୍ତି ଯେ, ରୋହିତ ବୁଧବାର ସିଡନୀରୁ ମେଲବୋର୍ଣ୍ଣରେ ପହଞ୍ଚିବେ ଏବଂ ଭାରତୀୟ ଦଳର ବାୟୋ ବବଲରେ ରହିବେ ।

ସିଡନୀରେ ତୃତୀୟ ଟେଷ୍ଟ ଖେଳାଯିବାର ଥିଲା । ତେବେ କରୋନା ମାମଲା ବଢୁଥିବାରୁ ସେଠାରେ ତୃତୀୟ ଟେଷ୍ଟ ଆୟୋଜନ କରିବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି । କ୍ରିକେଟ୍ ଅଷ୍ଟ୍ରେଲିଆ ସିଇଓ ନିକ୍ ହକଲେ ଗତ ସପ୍ତାହରେ କହିଥିଲେ ଯେ, ସିଡନୀର ଯଦି ତୃତୀୟ ଟେଷ୍ଟର ଆୟୋଜନ ହେଇପାରୁନି, ତେବେ ବିକଳ୍ପ ବ୍ୟବସ୍ଥା ରହିଛି । ସମସ୍ତଙ୍କର ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ସିଡନୀରେ କରୋନା ସ୍ଥିତି ନ ସୁଧୁରିଲେ ଆମେ ମେଲବୋର୍ଣ୍ଣରେ ତୃତୀୟ ଟେଷ୍ଟ ଆୟୋଜନ କରିବା ଲାଗି ଭିକ୍ଟୋରିଆ ପ୍ରଶାସନ ସହ ଆଲୋଚନା କରିବୁ ବୋଲି ହକଲେ କହିଥିଲେ ।

Rohit Sharma