ବୁର୍ଲା ଭୀମସାରରେ ୧୦ ଦିନ ମଧ୍ୟରେ ହେବ ଦ୍ୱିତୀୟ କୋଭିଡ ହସପିଟାଲ, ରହିବ ୩୦୦ ଶଯ୍ୟା | News Room Odisha

ବୁର୍ଲା ଭୀମସାରରେ ୧୦ ଦିନ ମଧ୍ୟରେ ହେବ ଦ୍ୱିତୀୟ କୋଭିଡ ହସପିଟାଲ, ରହିବ ୩୦୦ ଶଯ୍ୟା

ବୁର୍ଲା – ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ ହସପିଟାଲ ହେବ । କୋଭିଡ ସ୍ଥିତିର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି । ପଶ୍ଚିମ ଓଡିଶାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମ୍ବଲପୁର ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଆଜି ସକାଳେ ସେ କୋଭିଡ ସ୍ଥିତି ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଭୀମସାରରେ ଥିବା କୋଭିଡ ହସପିଟାଲ ବୁଲି ଦେଖିବା ପରେ ସେଠାରେ ୩ ଶହ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସପିଟାଲ କରାଯିବ ବୋଲି ସୂଚନା ଦେଇଛନ୍ତି ସୁରେଶ ମହାପାତ୍ର । ୩ ଶହ ଶଯ୍ୟା ମଧ୍ୟରୁ ୨୫୦ଟିରେ ଅମ୍ଳଜାନ ସୁବିଧା ରହିବ । ୫୦ଟି ଆଇସିୟୁ ଶଯ୍ୟା ରହିବ । ୧୦ ଦିନ ମଧ୍ୟରେ ଏହି ହସପିଟାଲ ପ୍ରସ୍ତୁତ ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।