ବ୍ରହ୍ମପୁରରେ ସୁନାରୂପା ଜବତ ଘଟଣା : ଜୋରିମାନା ଆଦାୟ କଲା ପରେ ଅଟକ ଲୋକଙ୍କୁ ଛାଡିଲା ପୋଲିସ | News Room Odisha

ବ୍ରହ୍ମପୁରରେ ସୁନାରୂପା ଜବତ ଘଟଣା : ଜୋରିମାନା ଆଦାୟ କଲା ପରେ ଅଟକ ଲୋକଙ୍କୁ ଛାଡିଲା ପୋଲିସ

ବ୍ରହ୍ମପୁର- ବ୍ରହ୍ମପୁରରେ କାରରୁ ସୁନା ଓ ରୂପା ଜବତ ଘଟଣାରେ ଅଟକ ଥିବା ତିନି ବ୍ୟକ୍ତିଙ୍କଠାରୁ ୨୩ ଲକ୍ଷ ୨୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜୋରିମାନା ଆଦାୟ କଲା ପରେ ସେମାନଙ୍କୁ ଛାଡିଛି ପୋଲିସ । ଜବତ ସୁନା ରୂପା ସେମାନଙ୍କୁ ଫେରାଇ ଦିଆଯାଇଛି । ଜିଏସଟି ଫାଙ୍କି ସୁନା ଓ ରୁପା ଚାଲାଣ ହେଉଥିଲା ବୋଲି ପୋଲିସ କହିଛି । ଗତକାଲି ବ୍ରହ୍ମପୁରର ଗୋସାଇଁ ନୂଆଁ ଗାଁରେ ଏକ କାରରୁ ୭ କେଜି ସୁନା ଓ ୨୪୦ କେଜି ରୂପା ଜବତ ହୋଇଥିଲା ।