ଭାରତରେ ଆଉ ୩.୨୬ ଲକ୍ଷ କରୋନା ମାମଲା ଚିହ୍ନଟ, ୩୮୯୦ ମୃତ | News Room Odisha

ଭାରତରେ ଆଉ ୩.୨୬ ଲକ୍ଷ କରୋନା ମାମଲା ଚିହ୍ନଟ, ୩୮୯୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୩,୨୬,୦୯୮ କରୋନା ମାମଲା ରେକର୍ଡ କରାଯାଇଛି । ଏହି ରୋଗରେ ଆଉ ୩୮୯୦ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ କରୋନା ମାମଲା ତୁଳନାରେ ଦିନକରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଆଉ ୩,୫୩,୨୯୯ ରୋଗୀ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ କୋଭିଡ୍ ମାମଲା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭କୁ ବୃଦ୍ଧି ପାଇଛି । ଏହି ରୋଗରେ ଏଯାବତ ୨ ଲକ୍ଷ ୬୬ ହଜାର ୨୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ମାମଲା କମିବାରେ ଲାଗିଛି । ଏବେ ମୋଟ ସକ୍ରିୟ ମାମଲା ୩୭ ଲକ୍ଷରୁ ଖସି ୩୬ ଲକ୍ଷ ୭୩ ହଜାର ୮୦୨ ରହିଛି ।

ଭାରତରେ ମେ ୧୪ ଯାଏଁ ୧୮ କୋଟି ୪ ଲକ୍ଷ ୫୭ ହଜାର ୫୭୯ କୋଭିଡ୍ ଟିକା ଦିଆଯାଇଛି । ଗତକାଳି ୧୧ ଲକ୍ଷ ୩ ହଜାର ୬୨୫ କୋଭିଡ୍ ଡୋଜ୍ ପ୍ରଦାନ କରାଯାଇଥିଲା ।