ଭାରତରେ କରୋନା ବେକାବୁ; ୨୪ ଘଣ୍ଟାରେ ଆସିଲା ରେକର୍ଡ ୧.୪୫ ନୂଆ ମାମଲା, ୭୯୪ ମୃତ | News Room Odisha

ଭାରତରେ କରୋନା ବେକାବୁ; ୨୪ ଘଣ୍ଟାରେ ଆସିଲା ରେକର୍ଡ ୧.୪୫ ନୂଆ ମାମଲା, ୭୯୪ ମୃତ

ନୂଆଦିଲ୍ଲୀ – ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ବେକାବୁ ହୋଇଯାଇଛି । ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି । ଆଜି ରେକର୍ଡ ୧୪୫,୩୮୪ ନୂଆ ମାମଲା ଆସିଛି । ପୁଣି ଏହି ରୋଗରେ ୭୯୪ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ୭୭,୫୬୭ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ ପଞ୍ଚମ ଥର ପାଇଁ ସଂକ୍ରମଣ ୧ ଲକ୍ଷ ଟପିଛି । ଏହା ପୂର୍ବରୁ ଏପ୍ରିଲ ୪, ୬, ୭ ଏବଂ ୮ରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିଥିଲା ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ କରୋନା ମାମଲା ୧ କୋଟି ୩୨ ଲକ୍ଷ ୫ ହଜାର ୯୨୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୬୮ ହଜାର ୪୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାବତ୍ ୧ କୋଟି ୧୯ ଲକ୍ଷ ୯୦ ହଜାର ୮୫୯ ଜଣ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ସକ୍ରିୟ ରୋଗୀ ସଂଖ୍ୟା ୧୦ ଲକ୍ଷ ଟପିଛି । ଶୁକ୍ରବାର ସୁଦ୍ଧା ଦେଶରେ ୧୦ ଲକ୍ଷ ୪୬ ହଜାର ୬୩୧ ସକ୍ରିୟ ରୋଗୀ ଅଛନ୍ତି ।
ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ଆଉ ୫୮,୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ବ୍ୟତୀତ ଗୁଜରାଟ, ପଞ୍ଜାବ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼, କେରଳରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଛି ।