ଭାରତରେ ଦ୍ୱିତୀୟ ଥର ୪ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ଦିନକରେ ୪.୧୨ ଲକ୍ଷ ମାମଲା, ରେକର୍ଡ ୩୯୮୦ ମୃତ | News Room Odisha

ଭାରତରେ ଦ୍ୱିତୀୟ ଥର ୪ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ଦିନକରେ ୪.୧୨ ଲକ୍ଷ ମାମଲା, ରେକର୍ଡ ୩୯୮୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ତାଣ୍ଡବ ଜାରି ରହିଛି । ଦେଶରେ ଦ୍ୱିତୀୟ ଥର ପାଇଁ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪,୧୨,୨୬୨ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟାରେ ବି ରେକର୍ଡ ବୃଦ୍ଧି ଘଟିଛି । ଦିନକରେ ଏହି ଘାତକ ରୋଗରେ ଆଉ ୩୯୮୦ ରୋଗୀଙ୍କ ମୃତ୍ୟୁ ହୋଇଛି ।
ଭାରତରେ ପ୍ରଥମ ଥର ଏପ୍ରିଲ ୩୦ରେ ୪ ଲକ୍ଷ ମାମଲା ଆସିଥିଲା । ଉକ୍ତଦିନ ୪୦୧,୯୯୩ ମାମଲା ଚିହ୍ନଟ ହୋଇଥିଲା ।

ଦେଶରେ ଏବେ ମୋଟ କରୋନା ମାମଲା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦ରେ ପହଞ୍ଚିଛି । ଏହି ରୋଗରେ ଏଯାବତ ୨ ଲକ୍ଷ ୩୦ ହଜାର ୧୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୭୨ ଲକ୍ଷ ୮୦ ହଜାର ୮୪୪ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ସକ୍ରିୟ ମାମଲା ୩୫ ଲକ୍ଷ ଟପିଛି । ସଦ୍ୟତମ ତଥ୍ୟ ଅନୁସାରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫ ଲକ୍ଷ ୬୬ ହଜାର ୩୯୮କୁ ବୃଦ୍ଧି ପାଇଛି ।