ଭାରତରେ ପୁଣି ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା, ୨୪ ଘଣ୍ଟାରେ ୩,୪୯ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୨୭୬୭ ମୃତ | News Room Odisha

ଭାରତରେ ପୁଣି ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା, ୨୪ ଘଣ୍ଟାରେ ୩,୪୯ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୨୭୬୭ ମୃତ

ନୂଆଦିଲ୍ଲୀ – କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତକୁ କଲବଲ କରୁଛି । କ୍ରମାଗତ ଚତୁର୍ଥ ଦିନ ଧରି ଦେଶରେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ପୁଣି ରେକର୍ଡ ୩୪୯,୬୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟୁଛି । ଏହି ରୋଗରେ ଦିନକରେ ପୁଣି ୨୭୬୭ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୨୧୭,୧୧୩ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୧୬,୯୬୦,୧୭୨ରେ ପହଞ୍ଚିଛି । ଏଯାବତ୍ ଏହି ମହାମାରୀ ୧୯୨,୩୧୧ ଜଣଙ୍କ ଜୀବନ ନେଲାଣି । ଦେଶରେ କରୋନାରୁ ଏ ପର୍ଯ୍ୟନ୍ତ ୧୪,୦୮୫,୧୧୦ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ସକ୍ରିିୟ ମାମଲା ଚିନ୍ତାଜନକ ଭାବେ ବଢ଼ି ଚାଲିଛି । ଭାରତରେ ବର୍ତ୍ତମାନ ୨୬,୮୨,୭୫୧ ସକ୍ରିୟ ରୋଗୀ ଅଛନ୍ତି ।

ସଂକ୍ରମଣର ଭୟଙ୍କର ଗତି ଏବଂ ସ୍ୱାସ୍ଥ୍ୟସେବା ସଜାଡ଼ିବାରେ କେନ୍ଦ୍ରର ବିଫଳତା ସ୍ଥିତିକୁ ଆହୁରି ସାଂଘାତିକ କରିଛି । ଜାତୀୟ ରାଜଧାନୀ ସମତେ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବରୁ କୋଭିଡ୍ ରୋଗୀ ପ୍ରାଣ ହରାଇବା ଖବର ଲଗାତର ଆସୁଛି ।