ଭାରତରେ ୪୨ ଆତଙ୍କୀ ସଂଗଠନ ନିଷିଦ୍ଧ | News Room Odisha

ଭାରତରେ ୪୨ ଆତଙ୍କୀ ସଂଗଠନ ନିଷିଦ୍ଧ

ନୂଆଦିଲ୍ଲୀ: ଲସ୍କର-ଏ-ତୈବା ଏବଂ ଜୈସ-ଏ-ମହମ୍ମଦ ସମେତ ଭାରତରେ ସମୁଦାୟ ୪୨ ଆତଙ୍କୀ ସଂଗଠନକୁ ନିଷିଦ୍ଧି କରାଯାଇଛି । ସୀମା ସେପଟୁ ପ୍ରୋତ୍ସାହନରେ ଦେଶରେ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଏହି ସବୁ ସଂଗଠନ ଗୁଡିକୁୁ ଭାରତ ସରକାର ନିଷିଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ ରେଡୀ କହିଛନ୍ତି ଯେ, ୨୦୧୮ ରୁ ୨୦୨୦ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କ ୬୩୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏହି ସମୟ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଜାମ୍ମୁ-କାଶ୍ମୀରରେ ୧୧୫ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି ।

ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ),୧୯୬୭ ଅଧୀନରେ କେନ୍ଦ୍ର ସରକାର ୪୨ ସଂଗଠନକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିବା ସହ ଏଗୁଡିକୁ ନିଷିଦ୍ଧି କରିଛନ୍ତି ବୋଲି ରେଡୀ ଏକ ଲିଖିତ ଉତ୍ତରରେ କହିଛନ୍ତି ।

ଅନ୍ୟ ଏକ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଗତ ଦୁଇ ବର୍ଷରେ ଭାରତ-ପାକ୍ ସୀମାରେ ୬୧ ଏବଂ ଭାରତ-ବାଂଲାଦେଶ ସୀମାରେ ୧୦୪୫ ଅନୁପ୍ରବେଶ ମାମଲା ସାମ୍ନାକୁ ଆସିଛି । ସେହିପରି ଭାରତ-ନେପାଳ ସୀମାର ବି ୬୩ ଅନୁପ୍ରବେଶ ଉଦ୍ୟମ ହୋଇଛି ।