ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଆଥେୟାଙ୍କ ୯୧ ବର୍ଷ ବୟସରେ ପରଲୋକ | News Room Odisha

ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଆଥେୟାଙ୍କ ୯୧ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର – ଭାରତର ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସାର୍ ରିଚାର୍ଡ ଆଟେନବୋରୋଙ୍କ ନିର୍ଦ୍ଦେଶିତ ଗାନ୍ଧି ଫିଲ୍ମର କଷ୍ଟ୍ୟୁମ ଡିଜାଇନିଂ ପାଇଁ ଭାନୁ ଆଥେୟା ଓସ୍କାର ପୁରସ୍କାର ଜିତିଥିଲେ । ପ୍ରଥମ ଭାରତୀୟ ଭାବେ ଓସ୍କାର ହାସଲ କରିଥିଲେ ଭାନୁ । ସେ ଗୁରୁ ଦତ, ୟଶ ଚୋପ୍ରା, ରାଜ କପୁର, ଆଶୁତୋଷ ଗ୍ୱାରିକର ଓ କୋନାର୍ଡ ରୁକସ୍‌ଙ୍କ ଭଳି ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହ କାମ କରିସାରିଛନ୍ତି । କଷ୍ଟ୍ୟୁମ ଡିଜାଇନର ଭାବେ ଭାନୁ ୧୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । ୧୯୫୨ ମସିହାରେ ରିଲିଜ ହୋଇଥିବା ଗୁରୁ ଦତଙ୍କ ସିଆଇଡି ଥିଲା କଷ୍ଟ୍ୟୁମ ଡିଜାଇନର ଭାବେ ଭାନୁ ଆଥେୟାଙ୍କ ପ୍ରଥମ ଫିଲ୍ମ ।