ଭାରତୀୟ ସୀମାକୁ ପଶି ଆସିଥିବା ଚୀନ୍ ସୈନିକ ଅଟକ | News Room Odisha

ଭାରତୀୟ ସୀମାକୁ ପଶି ଆସିଥିବା ଚୀନ୍ ସୈନିକ ଅଟକ

ନୂଆଦିଲ୍ଲୀ – ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ନିକଟ ପାଙ୍ଗଙ୍ଗ ଅଞ୍ଚଳରେ ଭାରତୀୟ ସେନା ଜଣେ ଚୀନ୍ ସୈନିକକୁ କାବୁ କରିଛନ୍ତି । ଏହି ସୈନିକ କିପରି ଭାରତୀୟ ଅଞ୍ଚଳରେ ପହଞ୍ଚିଲା ତାହାର ତଦନ୍ତ କରାଯାଉଛି। ବର୍ତ୍ତମାନ ଭାରତୀୟ ସେନା ତାକୁ ପଚରାଉଚରା କରୁଛନ୍ତି।

ସୂଚନା ଅନୁଯାୟୀ, ଏହି ସୈନିକଙ୍କୁ ଗତକାଲି ସକାଳେ ଭାରତୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଭାରତ ଏହି ସୈନିକ ସମ୍ପର୍କରେ ଚୀନ୍‌କୁ ସୂଚନା ଦେଇଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି।
ସୂଚନାନୁସାରେ, ପିପୁଲ୍ସ ଲିବରେସନ୍ ଆର୍ମିର ଏହି ସୈନିକ ଶୁକ୍ରବାର ସକାଳେ ଧରାପଡିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ପିଏଲ୍ଏ ସୈନିକ ଏଲ୍ଏସିର ଏହି ପାର୍ଶ୍ୱକୁ ସୀମା ପାର ହୋଇ ଆସିଥିଲେ। ଏହା ପରେ ଏହି ଅଞ୍ଚଳରେ ମୁୁୁୁତୟନ ଥିବା ଭାରତୀୟ ସେନା ତାଙ୍କୁ ନିଜ ହେପାଜତକୁ ନେଇଥିଲେ । ଭାରତୀୟ ଅଧିକାରୀ କହିଛନ୍ତି ଯେ ଧାର୍ଯ୍ୟ ନିୟମ ଏବଂ ପ୍ରକ୍ରିୟା ସହ ଧରା ପଡ଼ିଥିବା ସୈନିକଙ୍କୁ ପଚରାଉଚରା କରାଯାଉଛି। ଏଥି ସହିତ ଉକ୍ତ ସୈନିକ କେଉଁ ପରିସ୍ଥିତିରେ ଭାରତୀୟ ଅଞ୍ଚଳରେ ପହଞ୍ଚିଲେ ତାହାର ମଧ୍ୟ ତଦନ୍ତ କରାଯାଉଛି।

Indian border