ଭାରତ ବନ୍ଦ: ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖୁବାକୁ ନିଷ୍ପତ୍ତି | News Room Odisha

ଭାରତ ବନ୍ଦ: ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖୁବାକୁ ନିଷ୍ପତ୍ତି

ଭୁବନେଶ୍ୱର : ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧୁକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖ୍ ଆସନ୍ତା କାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ ରଖୁବା ନିମନ୍ତେ ସରକାରଙ୍କ ଦ୍ବାରା ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ।