ଭିଜିଲାନ୍ସ ଜାଲରେ କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ | News Room Odisha

ଭିଜିଲାନ୍ସ ଜାଲରେ କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

ଭୁବନେଶ୍ୱର- ଆଜି କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଦିଲୀପ କୁମାର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୂଚ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ଥିବା ଫରେଷ୍ଟ ଟ୍ରେନିଂ କଲେଜ ପରିସରସ୍ଥିତ ଆବାସିକ କ୍ୱାର୍ଟର୍ସ ନମ୍ବର ବି-୪ ସମେତ ଜାଗମରାର ମଲ୍ଲିକ କଂପ୍ଲେକ୍ସରେ ଥିବା ତାଙ୍କ ତିନି ତାଲା କୋଠା, ଢେଙ୍କାନାଳ ଜିଲ୍ଲା ଗଁଦିଆ ଗାଁରେ ଥିବା ପୈତୃତ ଘର ଓ କଟକ ସହରର ମୁଖ୍ୟ ବନ ସଂରକ୍ଷକଙ୍କ ଅଫିସରେ ଥିବା ସେକସନ ଅଫିସ ପ୍ରକୋଷ୍ଠରେ ଏକକାଳୀନ ଚଢାଉ ହୋଇଛି ।