ଭିଜିଲାନ୍ସ ହାବୁଡରେ ଜିପିଏଚ୍ ବିଭାଗ ସହକାରୀ ଯନ୍ତ୍ରୀ | News Room Odisha

ଭିଜିଲାନ୍ସ ହାବୁଡରେ ଜିପିଏଚ୍ ବିଭାଗ ସହକାରୀ ଯନ୍ତ୍ରୀ

ସୁନ୍ଦରଗଡ଼: ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଜନ ସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ସୁନ୍ଦରଗଡ଼ ଏଡିବି କଲୋନୀ ସ୍ଥିତ ବାସ ଭବନରେ ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ପୂର୍ବରୁ ଥିଲା ବ୍ୟାପକ ଅର୍ଥ ହେରଫେର ଅଭିଯୋଗ । ଭିଜିଲାନ୍ସ ଡିଏସ୍ପି ଙ୍କ ସୂଚନା ।

ଏକା ସାଙ୍ଗରେ ୬ ଟି ସ୍ଥାନରେ ଚଢ଼ଉ । ସୁନ୍ଦରଗଡ଼ ଏଡିବି କଲୋନୀ କ୍ୱାଟର ନ ୭, ସୁନ୍ଦରଗଡ଼ ଜନ ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ଦେବଗଡ଼ର କେନ୍ଦୁଘାଟ ସ୍ଥିତ ଫାର୍ମ ହାଉସ, ଦେବଗଡ଼ର ତାବଡ଼ ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନ ସ୍ଥିତ ଶଶୁର ଘର, ଦେବଗଡ଼ ଟାଉନ ସ୍ଥିତ ତାଙ୍କ ଭାଇଙ୍କ ବାସ ଭବନ ରେ ଚଢ଼ଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ର ୬ ଟି ସ୍ୱତନ୍ତ୍ର ଟିମ କରୁଛି ତଦନ୍ତ । ସମ୍ବଲପୁରରେ ୩୩ ଡିସମିଲ ଜମି, ଭୁବନେଶ୍ୱର ଜଟଣୀ ରେ ୯ ଡିସମିଲ ଜମି ସହ ଦେବଗଡ଼ ଜିଲା ରେ ପୁଅ ନା ରେ ମଧ୍ୟ ଜମି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି ।

Vigilance Raids