ଭୁବନେଶ୍ୱରରୁ ପୁଣେକୁ ବିମାନ ସେବା ନିମନ୍ତେ ବିଭିନ୍ନ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ | News Room Odisha

ଭୁବନେଶ୍ୱରରୁ ପୁଣେକୁ ବିମାନ ସେବା ନିମନ୍ତେ ବିଭିନ୍ନ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

ପୁଣେ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଦେଶର ଏକ ନମ୍ବର୍ ମୁଖ୍ୟମନ୍ତ୍ରୀ ପଦବୀ ବଜାୟରଖିବା ପରେ ଆସନ୍ତା ୨୪ ତାରିଖରୁ ରାଜଧାନୀ ଭୁବନେଶ୍ୱରରୁ ପୁଣେ ସିଧାସଳଖ ବିମାନ ସେବା କ୍ଷେତ୍ରରେ ଆଉ ଏକ ପୃଷ୍ଠା ଯୋଡ଼ିବାକୁ ଯାଉଛନ୍ତି I

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହିଭଳି ଐତିହାସିକ ନିଷ୍ପତି ପାଇଁ ମହାରାଷ୍ଟ୍ରର ପୁଣେ ସ୍ଥିତ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ, ଉତ୍କଳ ସମାଜ ସଂଗଠନ ଭଳି ବହୁ ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି I

ଏହି ଐତିହାସିକ ବିମାନ ସେବା ଦ୍ୱାରା ଓଡ଼ିଶା ବାସୀ ମହାରାଷ୍ଟ୍ରର ପୁଣେ ସହରରୁ ସୁବିଧାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ପାଇପାରିବା ସହ ଏହା ଉଭୟ ରାଜ୍ୟର କଳା ସଂସ୍କୃତିର ଆଦାନପ୍ରଦାନ ସହ ଉଭୟ ରାଜ୍ୟର ହସ୍ତଶିଳ୍ପର ପ୍ରଚାର ପ୍ରସାର ଦିଗରେ ବେଶ୍ ସହାୟକ ହୋଇପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି I

ପ୍ରକାଶ ଥାଉକି ଏୟାର ଏସିଆ ପକ୍ଷରୁ ଚଳିତ ମାସ ୨୪ ତାରିଖ ଠାରୁ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ଏନେଇ ବୁକିଂ ବ୍ୟବସ୍ଥା ମଧ୍ୟ ହୋଇସାରିଥିବା କମ୍ପାନୀ ସୂତ୍ରରୁ ପ୍ରକାଶ I ସପ୍ତାହକୁ କେବଳ ଶନିବାରକୁ ବାଦ୍ ଦେଇ ବାକି ଛଅ ଦିନ ଏହି ବିମାନ ଚଳାଚଳ ହେବା ନେଇ ନିଷ୍ପତି ହୋଇଛି I

AirAsia's Direct Flight between Bhubaneswar and PuneCM Naveen Patnaik