ଭୁବନେଶ୍ୱର- ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍ କରିଦିଆଯାଇଛି । କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋର୍ଟ ପରିସରକୁ ୫ ତାରିଖ ଯାଏଁ ସିଲ୍ କରିଦିଆଯାଇଛି । ପ୍ରାୟ ଏକ ସପ୍ତାହ ଧରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପ୍ରତିଦିନ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ତାହା ନିଗମ ପାଇଁ ଚିନ୍ତାର ବିଷୟ ହୋଇଛି । ଏଣୁ କୋଭିଡ କଟକଣା କଡାକଡି ପାଳନ କରିବା ଉପରେ ଉଭୟ ନିଗମ ଓ କମିଶନରେଟ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।