ଭୁବନେଶ୍ୱର ଲୁଇସରୋଡ୍ ଜୁଡିସିଆଲ୍ କଂପ୍ଲେକ୍ସ କଂଟେନମେଂଟ୍ ଜୋନ୍ ଘୋଷଣା | News Room Odisha

ଭୁବନେଶ୍ୱର ଲୁଇସରୋଡ୍ ଜୁଡିସିଆଲ୍ କଂପ୍ଲେକ୍ସ କଂଟେନମେଂଟ୍ ଜୋନ୍ ଘୋଷଣା

ଭୁବନେଶ୍ୱର- ରାଜଧାନୀର ଲୁଇସ ରୋଡ୍ ସ୍ଥିତ ଜୁଡିସିଆଲ କଂପ୍ଲେକ୍ସକୁ କଂଟେନମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଛିା ସିଭିଲ କୋର୍ଟରୁ ଏକାଧିକ କୋଭିଡ-୧୯ ମାମଲା ଚିହ୍ନଟ ହେଲା ପରେ ଏହି ପଦକ୍ଷେପ ନିଆଯାଇଛି । ସେପଟେମ୍ବର ୧୯ରୁ ୨୫ ତାରିଖ ଯାଏଁ ଜୁଡିସିଆଲ୍ କଂପ୍ଲେକ୍ସ କଂଟେନମେଂଟ୍ ଜୋନ ଭାବେ ରହିବ । ତେବେ, ଜୁଡିସିଆଲ କଂପ୍ଲେକ୍ସ ପରିସରରେ ଥିବା ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ, ତହସିଲଦାର ଅଫିସ ଓ ଜିଲ୍ଲା ସବରେଜିଷ୍ଟ୍ରାର ଅଫିସକୁ କଂଟେନମେଂଟ୍ ଜୋନରୁ ବାଦ୍ ଦିଆଯାଇଥିବା ବିଏମସି କହିଛି ।