‘ମନ୍ କି ବାତ୍‌’ରେ ଓଡ଼ିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା | News Room Odisha

‘ମନ୍ କି ବାତ୍‌’ରେ ଓଡ଼ିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ଓଡ଼ିଶାର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି । ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକ ସେନାରେ ଭର୍ତ୍ତି ହେବା ପାଇଁ ଆଶାୟୀ ଯୁବକଙ୍କୁ ମାଗଣା ଟ୍ରେନିଂ ଦେଉଛନ୍ତି ।

ଏହି ମହତ୍ କାର୍ଯ୍ୟ ପାଇଁ ସିଲୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭୂୟସୀ ପ୍ରଶଂସା କରିଛନ୍ତି । ସିୁଲଙ୍କ ଠାରୁ ତାଲିମ ପାଇ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇପାରିଛନ୍ତି ବୋଲି ମୋଦି କହିଛନ୍ତି ।
ଗତମାସରେ ବି ମୋଦି ‘ମନ୍ କି ବାତ୍‌’ରେ ପଟ୍ଟଚିତ୍ର ଅଙ୍କନ କରି ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଆ ଝିଅ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା କରିଥିଲେ ।