ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ | News Room Odisha

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ

ଭୁବନେଶ୍ୱର- ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ଜଳସଂପଦ ବିଭାଗର ପ୍ରଶ୍ନୋତ୍ତର ବେଳେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ପ୍ରଦୀପ ଅମାତ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ କେନ୍ଦ୍ରୀୟ ଜଳ ଆୟୋଗ- ସିଡବ୍ଲୁସି ମଞ୍ଜୁରୀ ଦେଉ ନ ଥିବା ଅଭିଯୋଗ କରିଥିଲେ ବିଧାୟକ ଅମାତ । ଏ ପ୍ରସଙ୍ଗରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ଯେ, ହୀରାକୁଦ ତଳମୁଣ୍ଡରେ ଥିବା ମହାନଦୀକୁ ନେଇ ବିବାଦ ନାହିଁ । ତଥାପି ବୌଦ୍ଧ ଜିଲ୍ଲାର ୨ଟି ପ୍ରକଳ୍ପକୁ ବନ୍ଦ କରାଯାଇଛି । ସତୀଘାଟ ଓ ଲକ୍ଷମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି ସିଡବ୍ଲୁସି । ମହାନଦୀ ଟ୍ରିବୁନାଲର ଆଦେଶ ଆସିବା ଯାଏଁ ସିଡବ୍ଲୁସି ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି ବୋଲି ମନ୍ତ୍ରୀ ଗୃହରେ ଜଣାଇଛନ୍ତି । ସେ ଆହୁରି ବି କହିଛନ୍ତି ଯେ, ମହାନଦୀ ତଳମୁଣ୍ଡ ଅବବାହିକାରେ ଜଳ ସଂରକ୍ଷଣ ବ୍ୟବସ୍ଥା ହେବ । ଆଗାମୀ ୫ ବର୍ଷ ଭିତରେ ଇନଷ୍ଟ୍ରମ ଷ୍ଟୋରେଜ୍ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।