ମାର୍ଚ୍ଚ ୨୬ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଚାଷୀ | News Room Odisha

ମାର୍ଚ୍ଚ ୨୬ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଚାଷୀ

ନୂଆଦିଲ୍ଲୀ – କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ଦୀର୍ଘ ୧୦୦ରୁ ଊର୍ଦ୍ଧ୍ୱ ଦିନ ଧରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ସଂଗଠନ ମାନେ ମାର୍ଚ୍ଚ ୨୬ରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏଥିରେ ଚାଷୀ ମାନଙ୍କ ସମେତ ବହୁ ଟ୍ରେଡ୍ ୟୁନିୟନ ଗୁଡିକ ମଧ୍ୟ ସାମିଲ ହେବେ ।

ମାର୍ଚ୍ଚ ୨୬କୁ ଚାଷୀ ଆନ୍ଦୋଳନକୁ ଚାରି ମାସ ପୂରିବ । ଏହି ଅବସରରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବାକୁ ଚାଷୀ ସଂଗଠନ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀ ଗୁଡିକର ଘରୋଇକରଣ ଏବଂ ତୈଳଦର ବୃଦ୍ଧି ବିରୋଧରେ ମାର୍ଚ୍ଚ ୧୫ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କିଷାନ ମୋର୍ଚ୍ଚା ତରଫରୁ ଘୋଷଣା କରାଯାଇଛି ।
ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାଏତ କହିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ନିର୍ଣ୍ଣାୟକ ହେବ । ଜନ ବିରୋଧୀ ବିଜେପି ସରକାରକୁ ଏହି ନିର୍ବାଚନରେ ହରାଇବାକୁ ସେ ପଶ୍ଚିମବଙ୍ଗ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।