ମାଲକାନଗିରି ଜିଲ୍ଲା ବିଷାକ୍ତ ଲସି ଘଟଣାରେ ବାପ ପୁଅ ସମେତ ତିନି ଗିରଫ | News Room Odisha

ମାଲକାନଗିରି ଜିଲ୍ଲା ବିଷାକ୍ତ ଲସି ଘଟଣାରେ ବାପ ପୁଅ ସମେତ ତିନି ଗିରଫ

ମାଲକାନଗିରି – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରେ ବିଷାକ୍ତ ଲସି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ବିଷାକ୍ତ ଲସି ପିଇ ଶତାଧିକ ଅସୁସ୍ଥ ହୋଇପଡିଥିବା ବେଳେ ଜଣେ ନାବାଳିକା ପ୍ରାଣ ହରାଇଥିଲେ । ଲସି ବିକ୍ରି କରୁଥିବା ବାପପୁଅ ସହ ଆଉ ଜଣକୁ ଗିରଫ କରିଛି । ବାପପୁଅ ଶୁକଦେବ ପୋଦ୍ଦାର, ସାମଲ ପୋଦ୍ଦାରଙ୍କ ସମେତ ତାରକ ମଣ୍ଡଳକୁ ଏମଭି -୭୯ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ଲସିରେ ପଛା କଦଳୀ ଓ ମାଛ ବରଫ ବ୍ୟବହାର କରିଥିଲେ ।