ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଘୋଷଣା: କେରଳରେ ମାଗଣାରେ ଦିଆଯିବ କରୋନା ଟିକା | News Room Odisha

ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଘୋଷଣା: କେରଳରେ ମାଗଣାରେ ଦିଆଯିବ କରୋନା ଟିକା

ଥିରୁଭନନ୍ତପୁରମ – କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କରୋନା ଟିକା ରାଜ୍ୟର ଲୋକଙ୍କୁ ମାଗଣାରେ ଦିଆଯିବ। ଜରୁରୀକାଳୀନ ବ୍ୟବହାର ପାଇଁ ଅନେକ ଟୀକା ଉତ୍ପାଦନକାରୀ କମ୍ପାନୀ ଭାରତୀୟ ନିୟାମକ ଠାରୁ ଅନୁମତି ମାଗିଛନ୍ତି । ତେବେ ଏପର୍ଯ୍ୟନ୍ତ ସରକାର କୌଣସି ଟିକାକୁ ସବୁଜ ସଙ୍କେତ ଦେଇନାହାଁନ୍ତି।

ଆମେରିକାର ଔଷଧ କମ୍ପାନୀ ଫାଇଜର, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)ର ଟିକା ‘କୋଭିଶିଲ୍ଡ’ ଏବଂ ଭାରତ ବାୟୋଟେକର ଦ୍ବାରା ବିକଶିତ ସ୍ୱଦେଶୀ କୋଭିଡ -୧୯ ଟିକା ‘କୋଭାକ୍ସିନ’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଲୋଡ଼ାଯାଇଛି।

ଶନିବାର କେରଳରେ ୫୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୬.୬୪ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୨୫୯୪ରେ ପହଞ୍ଚିଛି ।

COVID-19 VaccineKerala CM Pinarayi Vijayan