ମୋଦିଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ପେଟ୍ରୋଲ ପମ୍ପ ଡିଲରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ | News Room Odisha

ମୋଦିଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ପେଟ୍ରୋଲ ପମ୍ପ ଡିଲରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କୋଲକାତା – ଭାରତୀୟ ନିର୍ବାଚନ କମିଶନ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଡିଲର ତଥା ଅନ୍ୟ ଏଜେନ୍ସିମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ନିଜ ପରିସରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା କେନ୍ଦ୍ରୀୟ ଯୋଜନାଗୁଡିକର ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋଲକାତାରେ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଏପରି ହୋର୍ଡିଂରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର କରିବା ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ହେବ ।

ଏହାପୂର୍ବରୁ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସୂଚନା ଥାଇ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ହୋର୍ଡିଂରେ ବ୍ୟବହାର କରିବା ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଛି।

ନିର୍ବାଚନ ଆୟୋଗ ଫେବୃଆରୀ ୨୬ରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି।