ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨୪ ସାଂସଦ କୋରୋନା ପଜିଟିଭ | News Room Odisha

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨୪ ସାଂସଦ କୋରୋନା ପଜିଟିଭ

ନୂଆଦିଲ୍ଲୀ – ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨୪ ସାଂସଦ କୋରୋନା ପଜିଟିଭ ହୋଇଛନ୍ତି । ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ ବାଧ୍ୟତାମୂଳକ କୋରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ଜଣାପଡିଛି ଯେ, ମିନାକ୍ଷୀ ଲେଖି, ଅନନ୍ତ କୁମାର ହେଗଡେଙ୍କ ସମେତ ୨୪ ସାଂସଦ ପଜିଟିଭ ଅଛନ୍ତି ।

ଅନ୍ୟ ସାଂସଦମାନଙ୍କ ମଧ୍ୟରେ ସୁଖବୀର ସିଂହ, ପ୍ରତାପ ରାଓ ଯାଦବ, ଜନାର୍ଦନ ସିଂହ, ପ୍ରମୁଖ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ରବିବାର ଦିନ ହୋଇଥିବା କୋରୋନା ଟେଷ୍ଟରେ ୫ ଜଣ ପଜିଟିଭ ହୋଇଥିଲେ । ଯେଉଁ ସାଂସଦମାନେ କୋରୋନା ନେଗେଟିଭ, ସେମାନଙ୍କୁ ହିଁ ମୌସୁମୀ ଅଧିବେଶନରେ ଯୋଗ ଦେବା ପାଇଁ ଅମୁମତି ମିଳିଥିଲା । କୋରାନ ସଂକଟ ମଧ୍ୟରେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅନେକ ପରିବର୍ତନ ସହ ଅଧିବେଶନ ଆରମ୍ଭ ହୋଇଛି ।