ଯାତ୍ରୀ ନ ହେବାରୁ ପୁରୀ-ପାରାଦୀପ ଓ ଭୁବନେଶ୍ୱର-ନୟାଗଡ ଟାଉନ ସ୍ୱତନ୍ତ୍ର ଟ୍ରେନ ବାତିଲ | News Room Odisha

ଯାତ୍ରୀ ନ ହେବାରୁ ପୁରୀ-ପାରାଦୀପ ଓ ଭୁବନେଶ୍ୱର-ନୟାଗଡ ଟାଉନ ସ୍ୱତନ୍ତ୍ର ଟ୍ରେନ ବାତିଲ

ଭୁବନେଶ୍ୱର- ଯାତ୍ରୀ ନ ହେବାରୁ ପୁରୀ-ପାରାଦୀପ ଓ ଭୁବନେଶ୍ୱର-ନୟାଗଡ ଟାଉନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି । ୦୪୮୪୨୩ /୦୮୪୨୪ ଭୁବନେଶ୍ୱର-ନୟାଗଡ ଟାଉନ୍‌- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଏପ୍ରିଲ ୨୭ ଓ ନୟାଗଡ ଟାଉନରୁ ଏପ୍ରିଲ ୨୮ ତାରିଖରୁ ବାତିଲ ହେବ । ସେହିଭଳି ୦୮୪୧୩ / ୦୮୪୧୪ ପାରାଦୀପ-ପୁରୀ-ପାରାଦୀପ ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ଏପ୍ରିଲ ୨୭ରୁ ବାତିଲ ହେବ । ପୁରୀ-ପାରାଦୀପ-ପୁରୀ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବାଠାରୁ ୧୦ ପ୍ରତିଶତରୁ କମ୍ ଯାତ୍ରୀ ଉପଲବ୍ଧ ହୋଇଛନ୍ତି ।