ରଥ ନିର୍ମାଣ କାମ ପାଇଁ ବୌଦ୍ଧ ବନାଂଚଳରୁ ଆସିଲା ଚତୁର୍ଥ ପର୍ଯ୍ୟାୟ କାଠ | News Room Odisha

ରଥ ନିର୍ମାଣ କାମ ପାଇଁ ବୌଦ୍ଧ ବନାଂଚଳରୁ ଆସିଲା ଚତୁର୍ଥ ପର୍ଯ୍ୟାୟ କାଠ

ପୁରୀ – ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ସ୍ୱରୂପ ଆଜି ରଥ ନିର୍ମାଣ ପାଇଁ ଚତୁର୍ଥ ପର୍ଯ୍ୟାୟ କାଠ ଶ୍ରୀକ୍ଷେତ୍ରରେ ପହଂଚିଛି । ବୌଦ୍ଧା ବନାଂଚଳରୁ ୯୬ଟି କାଠ ଗଣ୍ଡି ପୁରୀ ଆସିଛି । ଏସବୁ କାଠଗଣ୍ଡି ମୁଖ୍ୟତଃ ମହାପ୍ରଭୁଙ୍କ ରଥର ଅଖ, ଦଣ୍ଡା ଓ ଗୟଳ ପ୍ରମୁଖ ନିର୍ମାଣରେ ବ୍ୟବହୃତ ହେବ ।