ରଥ ନିର୍ମାଣ ପାଇଁ ପୁରୀରେ ପହଂଚିଲା ପ୍ରଥମ ପର୍ଯ୍ୟାୟ କାଠ | News Room Odisha

ରଥ ନିର୍ମାଣ ପାଇଁ ପୁରୀରେ ପହଂଚିଲା ପ୍ରଥମ ପର୍ଯ୍ୟାୟ କାଠ

ପୁରୀ – ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ପହଂଚିଛି । ୨ଟି ଟ୍ରକ୍‌ରେ ନୟାଗଡ ବନଖଣ୍ଡରୁ ୪୯ ଖଣ୍ଡ କାଠ ବଡଦାଣ୍ଡର ରଥଖଳାରେ ପହଂଚିଛି । ଆସନ୍ତା ଶ୍ରୀପଂଚମୀ ଦିନ ୩ ଖଣ୍ଡ ଧଉରା କାଠକୁ ରଥକାଠ ଅନୁକୂଳ କରାଯିବ ।