ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୨୦୨୩ ବିଶ୍ୱକପ୍ ହକି ପ୍ରତିଯୋଗିତାର କିଛି ମ୍ୟାଚ ଏହି ଷ୍ଟାଡିୟମରେ ଖେଳାଯିବ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାରେ ନିର୍ମିତ ହେବାକୁ ଥିବା ନୂଆ ଷ୍ଟାଡିୟମରେ ମଧ୍ୟ ୨୦୨୩ ବିଶ୍ୱକପ୍ ହକିର ମ୍ୟାଚ ଖେଳାଯିବ । ସୁନ୍ଦରଗଡ ଦେଶରେ ହକିର ଏନ୍ତୁଡିଶାଳ । ତେଣୁ ସୁନ୍ଦରଗଡବାସୀଙ୍କୁ ସମ୍ମାନ ଜଣାଇ ଏଠାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Chief Minister Naveen Patnaik