ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କରେନା ପଜିଟିଭ୍‌ | News Room Odisha

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କରେନା ପଜିଟିଭ୍‌

‌ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କରୋନା ସଂକ୍ରମିତ ହୋଇଛନ୍ତି । ଗେହଲୋଟ୍ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, କୋଭିଡ୍ ଟେଷ୍ଟ ପରେ ମୋର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ମୋ’ଠାରେ କୌଣସି ଲକ୍ଷଣ ନାହିଁ ଏବଂ ମୁଁ ଏବେ ଠିକ୍ ଅଛି । କୋଭିଡ୍ ପ୍ରୋଟୋକଲ ପାଳନ ପୂର୍ବକ ଆଇସୋଲେସନରେ ରହି ମୁଁ କାର୍ଯ୍ୟ ଜାରି ରଖିବି ।

ଗତକାଲି ତାଙ୍କ ପତ୍ନୀ ସୁନିତା ଗେହଲୋଟ୍ କରୋନା ସଂକମ୍ରିତ ହୋଇଥିଲେ । ଏହାପରେ ସେ ସତର୍କତା ମୂଳକ ପଦକ୍ଷେପ ଭାବେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି ବୋଲି ଗେହଲୋଟ୍ ଟ୍ୱିଟ୍ କରିଥିଲେ ।