ରାଜ୍ୟରେ ଏକ କୋଟି ଟପିଲା କୋରୋନା ଟେଷ୍ଟିଂ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ନବୀନ | News Room Odisha

ରାଜ୍ୟରେ ଏକ କୋଟି ଟପିଲା କୋରୋନା ଟେଷ୍ଟିଂ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ-୧୯ ଟେଷ୍ଟିଂ ଏକ କୋଟି ଟପିଛି । ଏହି ସଫଳତା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଅବିରତ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବେ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଏହା ଦ୍ୱାରା ମହାମାରୀ ବିରୋଧରେ ଓଡିଶାର ଲଢେଇ ଆହୁରି ମଜବୁତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Chief Minister Naveen PatnaikCOVID-19Odisha