ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ଦୈନିକ ସଂକ୍ରମଣ, ୨୪ ଘଂଟାରେ ୭୯୧ ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ଦୈନିକ ସଂକ୍ରମଣ, ୨୪ ଘଂଟାରେ ୭୯୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୯୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ୱିତୀୟ ଲହରରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ସଂଗରୋଧରୁ ୪୫୯ ଓ ସ୍ଥାନୀୟ ଅଂଚଳରୁ ୩୩୨ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪୭ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧୮ ମାମଲା ଆସିଛି । ବରଗଡ ଜିଲ୍ଲାରୁ ୪୮, କଟକ ଜିଲ୍ଲାରୁ ୪୬, ସମ୍ବଲପୁର ଜିଲ୍ଲାରୁ ୪୫, ପୁରୀରୁ ୪୩, କେନ୍ଦୁଧରରୁ ୩୯, କଳାହାଣ୍ଡିରୁ ୩୮, ଝାରସୁଗୁଡାରୁ ୩୧, ନୂଆପଡାରୁ ୩୧, ନବରଙ୍ଗପୁରରୁ ୨୩, ମୟୂରଭଞ୍ଜରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।