ରାଜ୍ୟରେ କୋରୋନାର ରେକର୍ଡ ଦୈନିକ ସଂକ୍ରମଣ, ୨୪ ଘଂଟାରେ ୮ ହଜାର ୩୮୬ ନୂଆ ମାମଲା, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ | News Room Odisha

ରାଜ୍ୟରେ କୋରୋନାର ରେକର୍ଡ ଦୈନିକ ସଂକ୍ରମଣ, ୨୪ ଘଂଟାରେ ୮ ହଜାର ୩୮୬ ନୂଆ ମାମଲା, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ନୂଆ ରେକର୍ଡ । କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୬ ହଜାରରୁ ଅଧିକ ରହୁଥିଲା । ହେଲେ ଗତ ୨୪ ଘଂଟାରେ ଏହି ସଂଖ୍ୟା ୮ ହଜାର ଟପିଛି । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୩୮୬ ନୂଆ କୋରୋନା ସଂକ୍ରମିତ । ସଂଗରୋଧରୁ ୪ ହଜାର ୭୮୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୮୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮, ଅନୁଗୁଳରୁ ୩୪୭, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡରୁ ୨୫୭,ନୂଆପଡାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨,କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, କଳାହାଣ୍ଡିରୁ ୧୨୬, ନୟାଗଡରୁ ୧୨୨, ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡାରୁ ୭୫, କୋରାପୁଟରୁ ୬୯, ସୋନପୁରରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ କୋଭିଡରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୭୧ ହଜାର ୨ ଶହ ସୁସ୍ଥ ହେଲେଣି । ୫୫ ହଜାର ୨୪୫ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

COVID-19