ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ : ୧୧ ହଜାରରୁ ଅଧିକ ବେଡ୍ ପ୍ରସ୍ତୁତ | News Room Odisha

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ : ୧୧ ହଜାରରୁ ଅଧିକ ବେଡ୍ ପ୍ରସ୍ତୁତ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ରାଜ୍ୟରେ ୧୧ ହଜାରରୁ ଅଧିକ ବେଡ୍ ପ୍ରସ୍ତୁତ ରହିଛି । ୨୭ ଶହ ରୋଗୀ ବେଡ୍‌ରେ ଅଛନ୍ତି । ଆବଶ୍ୟକତା ଅନୁସାରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୋଗୀ ଅନୁସାରେ ଆଇସିୟୁ ବେଡ୍ ଅଧିକ ରହିଛି ।

ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ । ବରଂ ଓଡିଶା ଏବେ ବାହାର ରାଜ୍ୟକୁ ଅକ୍ସିଜେନ ଯୋଗାଉଛି । ଆଗକୁ ଦିନକୁ ୫୦ ହଜାର ଟେଷ୍ଟିଂ କରାଯିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।